Saturday, September 22, 2018

କେରଳ ନନ୍‍ ଦୁଷ୍କର୍ମ ମାମଲା; ପୂର୍ବତନ ବିଶପଙ୍କୁ ୨୪ ଯାଏଁ ଜେଲ୍‍


ଥିରୁବନନନ୍ତପୁରମ୍‍, ୨୨/ ୯ : କେରଳର ନନ୍‍ ଦୁଷ୍କର୍ମ ମାମଲା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି  । ଏହି ମାମଲାରେ ଜଳନ୍ଧରର ପୂର୍ବତନ ବିଶପ୍‍ ଫ୍ରାଙ୍କୋ ମୁଲାକାଲ୍‍ଙ୍କ ଜାମିନ୍‍ ଆବେଦନକୁ ସ୍ଥାନୀୟ କୋର୍ଟ ଅଗ୍ରାହ୍ୟ କରିଦେବା ସହ ତାଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜେଲ୍‍ ହାଜତକୁ ପଠାଇ ଦେଇଛନ୍ତି  । ପ୍ରକାଶ୍ୟ ଯେ,୨୦୧୪ ମଇ ୫ ତାରିଖରେ ମୁଲାକାଲ୍‍ ପୀଡ଼ିତା ନନ୍‍ଙ୍କୁ ଏକ ଗେଷ୍ଟହାଉସ୍‍ରେ ଅଟକ ରଖିଥିଲେ  । ଘଟଣା ଦିନ ରାତି ୧୦ଟା ୪୮ରେ ତାଙ୍କୁ ଅଟକ ରଖାଯାଇଥିଲା ଓ ପରଦିନ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା  । ଏହାର ଭିଡିଓ ଉତ୍ତୋଳନ କରି ୨୦୧୪ରୁ ୨୦୧୬ ମଧ୍ୟରେ ଅଭିଯୁକ୍ତ ମୁଲାକାଲ୍‍ ନନ୍‍ଙ୍କ ସହ ୧୩ ଥର ଦୁଷ୍କର୍ମ କରିଥିଲେ  । ଏଭଳି ଦୁଷ୍କର୍ମୀ, ପାପୀ ଓ ଦୂରାଚାରୀ ମୁଲାକାଲ୍‍ ତଥାପି ବିଶପ ଭାବେ କାମ ତୁଲାଉଥିଲେ  ।

No comments:

Post a Comment