ଜଳନ୍ଧର,୨୨/୧୦ : କେରଳର ବହୁ ଚର୍ଚ୍ଚିତ ନନ୍ ବଳାତ୍କାର ମାମଲାରେ ମୁଖ୍ୟ ସାକ୍ଷୀ ଥିବା ୬୭ ବର୍ଷିୟ ଫାଦର କୁରିଆକୋସ କୁତୁହାରାଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଫାଦର କୁରିଆକୋସ ପୁଲିସ ନିକଟରେ ସେଣ୍ଟ ମେରି ଚର୍ଚ୍ଚରେ ନନ୍ ବଳାତ୍କାର ଘଟଣାର ଉଜାଗର କରିଥିଲେ । ବିଶପ ଫ୍ରାଙ୍କୋଙ୍କ ବିରୋଧରେ ସେ ସାକ୍ଷ୍ୟ ଦେଇଥିଲେ । ପୁଲିସକୁ ସେ ସାକ୍ଷ୍ୟ ଦେବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିଲା । ତେଣୁ ତାଙ୍କ ମୃତ୍ୟୁର ତଦନ୍ତ ହେଉ ବୋଲି ଫାଦର କୁରିଆକୋସଙ୍କ ପରିବାର ଦାବି କରିଛନ୍ତି । ଅପରପକ୍ଷରେ ଫ୍ରାଙ୍କୋ କହିଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ହେବାକୁ ଅନେକ ଦାବିଦାର ଥିଲେ । ସେମାନଙ୍କ ମଧ୍ୟରେ ବିବାଦ ଥିଲା । ତେଣୁ ଏହା ମଧ୍ୟ ମୃତ୍ୟୁର କାରଣ ହୋଇପାରେ । ସୋମବାର ସକାଳେ ଫାଦର କୁରିଆକୋସ ଘରେ କବାଟ ଖୋଲିବା ବେଳକୁ ସେ ନିଶ୍ଚଳ ଭାବେ ପଡିରହିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Tuesday, October 23, 2018
ନନ୍ ବଳାକ୍ରାର ମାମଲାର ମୁଖ୍ୟ ସାକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ
ଜଳନ୍ଧର,୨୨/୧୦ : କେରଳର ବହୁ ଚର୍ଚ୍ଚିତ ନନ୍ ବଳାତ୍କାର ମାମଲାରେ ମୁଖ୍ୟ ସାକ୍ଷୀ ଥିବା ୬୭ ବର୍ଷିୟ ଫାଦର କୁରିଆକୋସ କୁତୁହାରାଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି । ଫାଦର କୁରିଆକୋସ ପୁଲିସ ନିକଟରେ ସେଣ୍ଟ ମେରି ଚର୍ଚ୍ଚରେ ନନ୍ ବଳାତ୍କାର ଘଟଣାର ଉଜାଗର କରିଥିଲେ । ବିଶପ ଫ୍ରାଙ୍କୋଙ୍କ ବିରୋଧରେ ସେ ସାକ୍ଷ୍ୟ ଦେଇଥିଲେ । ପୁଲିସକୁ ସେ ସାକ୍ଷ୍ୟ ଦେବା ପରେ ତାଙ୍କ ଜୀବନ ପ୍ରତି ବିପଦ ଥିଲା । ତେଣୁ ତାଙ୍କ ମୃତ୍ୟୁର ତଦନ୍ତ ହେଉ ବୋଲି ଫାଦର କୁରିଆକୋସଙ୍କ ପରିବାର ଦାବି କରିଛନ୍ତି । ଅପରପକ୍ଷରେ ଫ୍ରାଙ୍କୋ କହିଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ହେବାକୁ ଅନେକ ଦାବିଦାର ଥିଲେ । ସେମାନଙ୍କ ମଧ୍ୟରେ ବିବାଦ ଥିଲା । ତେଣୁ ଏହା ମଧ୍ୟ ମୃତ୍ୟୁର କାରଣ ହୋଇପାରେ । ସୋମବାର ସକାଳେ ଫାଦର କୁରିଆକୋସ ଘରେ କବାଟ ଖୋଲିବା ବେଳକୁ ସେ ନିଶ୍ଚଳ ଭାବେ ପଡିରହିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Subscribe to:
Post Comments (Atom)
No comments:
Post a Comment